banner
Breaking

ଜାରିହେଲା କରୋନା ଗାଇଡଲାଇନ୍।

0

ଭୁବନେଶ୍ୱର,୨୩।୩(ଓଡ଼ିଆ ନ୍ୟୁଜ): କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ପୂର୍ବରୁ ବିବାହ ଉତ୍ସବରେ ସର୍ବାଧିକ ଲୋକସଂଖ୍ୟା ୫୦୦ ଥିବା ବେଳେ ଏବେ ଏହାକୁ କମାଇ ୨୦୦ କରାଯାଇଛି। ସେହିଭଳି ଦଶାହ ଏବଂ ଶୁଦ୍ଧିକ୍ରିୟାରେ ୫୦୦ ବଦଳରେ ୫୦ଜଣ ସାମିଲ ହେବାକୁ ଅନୁମତି ଦିଆଯାଇଛି। ଉଭୟ କାର୍ଯ୍ୟରେ ମାସ୍କ ପରିଧାନକୁ କଡାକଡ଼ି କରାଯିବା ସହ ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ତାହା ପ୍ରବେଶ ପଥରେ ଯାଞ୍ଚ ହେବ। ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏତଦ୍‌ବ୍ୟତିତ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କଟକଣା ମାର୍ଚ୍ଚ ୨୬ ତାରିଖରୁ ଲାଗୁ ହେବା ନେଇ ଘୋଷଣା କରାଯାଇଛି।
ପ୍ରକାଶ ଯେ, କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଥିଲେ। ସତର୍କତାମୂଳକ ପଦକ୍ଷେପ ସହ ସଚେତନତା ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ବ୍ୟକ୍ତିଗତ ଭାବେ କୋଭିଡ ନିୟମର ଅନୁପାଳନକୁ ତଦାରଖ କରିବାକୁ ଜିଲାପାଳ ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିଜ ନିଜ ଅଞ୍ଚଳରେ ସର୍ଭେଲାନ୍ସ ଓ ଟେଷ୍ଟିଂ କାର୍ଯ୍ୟକ୍ରମକୁ କଡାକଡି ଭାବରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.