banner
Breaking

ରାଜ୍ୟରେ ଆଜି ୭୧ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର, ୩।୨(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ୭୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୨ ଜଣ କ୍ବାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୫,୨୮୨ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୨ଜଣ ରହିଥିବା ବେଳେ ବାଲେଶ୍ୱରରୁ ୬, ବରଗଡ଼ରୁ ୬, ବଲାଙ୍ଗୀର ୨, ବୌଦ୍ଧ ୧, କଟକ ୬, ଢେଙ୍କାନାଳ ୧, ଯାଜପୁର ୩, ଝାରସୁଗୁଡ଼ା ୧, କଳାହାଣ୍ଡି ୩, କେନ୍ଦ୍ରାପଡ଼ା ୧, କେନ୍ଦୁଝର୨, ଖୋର୍ଦ୍ଧା ୭, ନୂଆପଡ଼ା ୫, ପୁରୀ ୬, ରାୟଗଡ଼ା ୧, ସମ୍ବଲପୁର ୬, ସୁନ୍ଦରଗଡ଼ ୧୧ ଏବଂ ଷ୍ଟେଟ ପୁଲରୁ ଜଣେ ରହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩,୩୫,୨୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୪୬ଟି ଆକ୍ଟିଭ କେସ ରହିଥିବା ବେଳେ ୩,୩୨,୩୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.