banner
Breaking

ରାଜ୍ୟରେ ଆଜି ୧୧୩ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୧୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୭୮୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି।
ଆଜି ସମ୍ବଲପୁରରୁ ସର୍ବାଧିକ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୭ ଏବଂ ନୂଆପଡ଼ାରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୦, ବାଲେଶ୍ୱର ୪, ବରଗଡ଼ ୮, ଭଦ୍ରକ ୩, ବଲାଙ୍ଗୀର ୬, କଟକ ୯, ଗଜପତି ୩, ଗଞ୍ଜାମ ୧, ଯାଜପୁର ୩, ଯାଜପୁର ୩, ଝାରସୁଗୁଡ଼ା ୩, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୧, ଖୋର୍ଦ୍ଧା ୮, ମୟୂରଭଞ୍ଜ ୨, ପୁରୀ ୧ ଏବଂ ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୨।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪, ୭୮୦ରେ ପହଞ୍ଚିଥିବା ବେଳେ ୩,୩୧,୫୩୫ ଜଣ ସୁସ୍ଥ ହୋଇଛନ୍ତି। ୧୨୮୬ ଜଣ ଚିକିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.