banner
Breaking

କରୋନା ଟିକା ସଞ୍ଜିବନୀ ଭଳି କାମ କରିବ।

0

ନୂଆଦିଲ୍ଲୀ,୧୬।୧(ବ୍ୟୁରୋ): ସାରା ଦେଶରେ ଶନିବାର କରୋନା ମାହାମାରୀ ବିରୋଧରେ ଭ୍ୟାକ୍ସିନେଶନ ବା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ କରୋନା ଭ୍ୟାକ୍ସିନକୁ ନେଇ ଯେଉଁସବୁ ଭୁଲ୍ ତଥ୍ୟ ପ୍ରକାଶ କରାଯାଉଛି ତାକୁ ନେଇ ସେ ଚିନ୍ତା ପ୍ରକଟ କରିଥିଲେ । ମୋଦିଙ୍କ ତରଫରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଥିଲେ କରୋନା ଟିକା ସଞ୍ଜିବନୀ ଭଳି କାମ କରିବ ଏହାକୁ ଭୟ କରନ୍ତୁ ନାହିଁ । ଏହାସହ କରୋନା ଭ୍ୟାକ୍ସିନକୁ ନେଇ ଯେଉଁ ଭୁଲ ତଥ୍ୟ ପ୍ରଚାର କରାଯାଉଛି ତାହା ଚିନ୍ତାଜନତ ବୋଲି ସେ କହିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଉ ଅନୁରୋଧ କରିଥିଲେ କରୋନା ଟିକାକରଣକୁ ନେଇ ଦେଶବାସୀଙ୍କ ନିକଟରେ ଭଲ ବାର୍ତ୍ତା ପହଞ୍ଚା ଯାଉ । ଏହାର ଫଳ ସ୍ୱରୂପ ଦେଶ କରୋନା ଯୁଦ୍ଧରେ ବିଜୟୀ ହେବ ବୋଲି ସେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.