banner
Breaking

ଆଜି ଭୁବନେଶ୍ୱରରୁ ମାତ୍ର ୪ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୧୬ା୧(ଓଡ଼ିଆ ନ୍ୟୁଜ): ଆଜି ଭୁବନେଶ୍ୱରରୁ ମାତ୍ର ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୭୮୪ରେ ପହଞ୍ଚିଥିବା ବେଳେ ୩୧,୩୧୮ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୦୧ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ରାଜଧାନୀରୁ କରୋନାରେ ୨୪୪ ଜଣଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.