banner
Breaking

ରାଜ୍ୟରେ ଆଜି ପୁଣି ୨୨୨ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୧୪।୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୨୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨୭ ଜଣ ଚିହ୍ନଟ ହୋଇଥିବା ବେଳେ ୯୫ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ରେ ପହଞ୍ଚିଛି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନୁଗୋଳ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୪ ଏବଂ ଝାରସୁଗୁଡ଼ାରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୭, ବରଗଡ଼ ୨୨, ଭଦ୍ରକ ୫, ବଲାଙ୍ଗୀର ୩, ବୌଦ୍ଧ ୩, କଟକ ୮, ଦେବଗଡ଼ ୧, ଗଜପତି ୩, ଜଗତସିଂହପୁର ୧, ଯାଜପୁର ୯, କଳାହାଣ୍ଡି ୧, କେନ୍ଦୁଝର ୫, ଖୋର୍ଦ୍ଧା ୧୨, କୋରାପୁଟ ୧, ମୟୂରଭଞ୍ଜ ୬, ନୟାଗଡ଼ ୮, ନୂଆପଡ଼ା ୮, ପୁରୀ ୧୫, ସମ୍ବଲପୁର ୨୧ ଏବଂ ସୋନପୁରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୩।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ରେ ପହଞ୍ଚିଥିବା ବେଳେ ୩,୨୮,୬୨୨ଜଣ ସୁସ୍ଥ ହୋଇଛନ୍ତି। ୨୧୯୨ ଜଣ ଚିକିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.