banner
Breaking

ରାଜ୍ୟରେ ଆଜି ୨୧୦ ପଜିଟିଭ୍ ଚିହ୍ନଟ ଓ ୧ ମୃତ।

0

ଭୁବନେଶ୍ୱର, ୧୩।୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ଦିନ ରାଜ୍ୟରୁ ଆଉ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ୨୧୦ ଜଣଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ମୃତକ ଜଣଙ୍କ ଖୋର୍ଦ୍ଧା ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳରୁ ୨୪ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୯, ବରଗଡ଼ ୮, ଭଦ୍ରକ ୨, ବଲାଙ୍ଗୀର ୭, କଟକ ୧୪, ଦେଓଗଡ଼ ୧, ଢେଙ୍କାନାଳ ୨, ଗଜପତି ୫, ଗଞ୍ଜାମ ୪, ଜଗତ୍‌ସିଂହପୁର ୪, ଯାଜପୁର ୯, ଝାରସୁଗୁଡ଼ା ୧୩, କଳାହାଣ୍ଡି ୪, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୧, ଖୋର୍ଦ୍ଧା ୧୩, ମାଲକାନଗିରି ୮, ମୟୂରଭଞ୍ଜ ୮, ନୂଆପଡ଼ା ୫, ପୁରୀ ୧୦, ରାୟଗଡ଼ା ୭, ସମ୍ବଲପୁର ୧୬, ସୋନପୁର ୧, ସୁନ୍ଦରଗଡ଼ ୩୦ ଏବଂ ଷ୍ଟେଟ ପୋଲରୁ ୩ଜଣ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩, ୩୨,୫୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୧୪୧ଟି ଆକ୍ଟିଭ କେସ୍‌ ରହିଥିବା ବେଳେ ୩,୨୮,୪୫୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.