banner
Breaking

ରାଜ୍ୟରେ ଆଜି ୨୬୦ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୧୦।୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ୨୬୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୮୬୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪ ଏବଂ ଅନୁଗୋଳରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୨, ବରଗଡ଼ ୧୯, ଭଦ୍ରକ ୬, ବଲାଙ୍ଗୀର ୯, ବୌଦ୍ଧ ୨, ଦେବଗଡ଼ ୪, ଢେଙ୍କାନାଳ ୧, ଗଜପତି ୧୮, ଗଞ୍ଜାମ ୫, ଜଗତସିଂହପୁର ୧, ଯାଜପୁର ୯, ଝାରସୁଗୁଡ଼ା ୧୫, କଳାହାଣ୍ଡି ୮, କନ୍ଧମାଳ ୩, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୧୦, ମାଲକାନଗିରି ୧, ମୟୂରଭଞ୍ଜ ୧୧, ନବରଙ୍ଗପୁର ୨, ନୂଆପଡ଼ା ୮, ପୁରୀ ୯, ରାୟଗଡ଼ା ୩, ସମ୍ବଲପୁର ୧୯ ଏବଂ ସୋନପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୨।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୮୬୨ରେ ପହଞ୍ଚିଥିବା ବେଳେ ୩,୨୭,୮୦୩ଜଣ ସୁସ୍ଥ ହୋଇଛନ୍ତି। ୨୧୧୫ ଜଣ ଚିକିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.