banner
Breaking

୧୬ ରୁ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ,ଆକ୍ରାନ୍ତ,ସମ୍ମୁଖକର୍ମୀ ଓ ବୟସ୍କ

0

ନୂଆଦିଲ୍ଲୀ,୯।୧(ଓଡ଼ିଆ ନ୍ୟୁଜ): ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ରୋଗାକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଜାନୁୟାରୀ ୩ରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଭାରତରେ ଜରୁରୀକାଳିନ ବ୍ୟବହାର କରିବାକୁ ଡିସିଜିଆଇ ଅନୁମତି ଦେଇଥିଲା। ଟିକାକରଣ ଆରମ୍ଭ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ କରୋନା ଟିକାର ଡ୍ରାଏ ରନ୍‌ କରାଯାଇଥିଲା। ଏହି ସମୟରେ କୌଣସି ଲୋକଙ୍କୁ ଟିକା ଦିଆଯାଇ ନ ଥିଲା। ବର୍ତ୍ତମାନ ଏହାର ଫଳାଫଳ ସକାରାତ୍ମକ ରହିଥିବାରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ୧୬ ତାରିଖରୁ ଦେଶରେ କରୋନା ଟିକା ଆରମ୍ଭ ହେବାକୁ ଘୋଷଣା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.