banner
Breaking

ରାଜ୍ୟରେ ଆଜି ୨୦୬ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୯/୧(ଓଡ଼ିଆ ନ୍ୟୁଜ):ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇବା ସହ ୩୦୦ ମଧ୍ୟରେ ସୀମିତ ରହୁଛି। ରାଜ୍ୟରେ ଆଜି ପୁଣି ଆଉ ୨୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୧୯ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୭ ଜଣ ଅଛନ୍ତି। ରାଜ୍ୟରେ ମୋଟ ପଜିଟିଭ ୩,୩୧,୬୦୨କୁ ବୃଦ୍ଧି ପାଇଛି। ସେଥିରୁ ୩,୨୭,୫୩୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
ଆଜି ୨୩ ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୨୭, ସୁନ୍ଦରଗଡ଼ ଓ ବଲାଙ୍ଗୀରରୁ ୨୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବାଲେଶ୍ୱର ୨, ବରଗଡ ୧୬, ଭଦ୍ରକ ୨, ବୌଦ୍ଧ ୨, କଟକ ୬, ଦେଓଗଡ ୧, ଢେଙ୍କାନାଳ ୧, ଗଜପତି ୫, ଗଞ୍ଜାମ ୩, ଯାଜପୁର ୧୦, ଝାରସୁଗୁଡା ୯, କେନ୍ଦ୍ରାପଡା ୪, କେନ୍ଦୁଝର ୭, ଖୋର୍ଦ୍ଧା ୧୮, ମୟୁରଭଞ୍ଜ ୮, ନୂଆପଡ଼ା ୬, ପୁରୀ ୪, ରାୟଗଡା ୧, ସମ୍ବଲପୁର ୧୬, ସୋନପୁର ୩, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.