banner
Breaking

ରାଜ୍ୟରେ ଆଜି ୨୪୫ ପଜିଟିଭ୍ ଚିହ୍ନଟ ଓ ୨ ମୃତ।

0

ଭୁବନେଶ୍ୱର,୮।୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ୨୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବଲାଙ୍ଗୀରରୁ ସର୍ବାଧିକ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୯ ଏବଂ ଖୋର୍ଦ୍ଧାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୬, ବରଗଡ଼ ୧୩, ଭଦ୍ରକ ୩, ବୌଦ୍ଧ ୨, କଟକ ୫, ଦେବଗଡ଼ ୩, ଢେଙ୍କାନାଳ ୧, ଯାଜପୁର ୧୨, ଝାରସୁଗୁଡ଼ା ୧୬, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୧୦, ମାଲକାନଗିରି ୪, ମୟୂରଭଞ୍ଜ ୧୩, ନୟାଗଡ଼ ୨,ନୂଆପଡ଼ା ୭, ପୁରୀ ୬, ରାୟଗଡ଼ା ୧, ସମ୍ବଲପୁର ୩ ଏବଂ ସୋନପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୫।

ସେହିପରି ଆଜି ରାଜ୍ୟରେ ୨ ଜଣଙ୍କ ଜୀବନ ନେଇଛି କରୋନା। ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ରେ ପହଞ୍ଚିଥିବା ବେଳେ ୩,୨୭,୨୯୦ଜଣ ସୁସ୍ଥ ହୋଇଛନ୍ତି। ୨୧୬୩ ଜଣ ଚିକିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.