banner
Breaking

ରାଜ୍ୟରେ ଆଜି ୩୭୭ ପଜିଟିଭ ଚିହ୍ନଟ ଓ ୫ ମୃତ।

0

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୭୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୬୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୭ ଏବଂ ଅନୁଗୋଳରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ବାଲେଶ୍ୱରରୁ ୧୬, ବରଗଡ଼ ୧୧, ଭଦ୍ରକ ୯, ବଲାଙ୍ଗୀର ୨, କଟକ ୧୮, ଦେବଗଡ଼ ୨, ଢେଙ୍କାନାଳ ୩, ଗଞ୍ଜାମ ୬, ଜଗତସିଂହପୁର ୧୧, ଯାଜପୁର ୧୨, ଝାରସୁଗୁଡ଼ା ୮, କଳାହାଣ୍ଡି ୭, କନ୍ଧମାଳ ୧, କେନ୍ଦ୍ରାପଡ଼ା ୭, କେନ୍ଦୁଝର ୧୩, କୋରାପୁଟ ୮, ମାଲକାନଗିରି ୧, ମୟୂରଭଞ୍ଜ ୨୫, ନୟାଗଡ଼ ୬ , ନୂଆପଡ଼ା ୧୪, ପୁରୀ ୧୩, ରାୟଗଡ଼ା ୨, ସମ୍ବଲପୁର ୮ ଏବଂ ସୋନପୁରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛ ୧୨।

ସେହିପରି ଆଜି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଆଜି ମାତ୍ର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ କେନ୍ଦୁଝର ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜ, ମାଲକାନଗିରି ଏବଂ ନୂଆପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪ରେ ପହଞ୍ଚିଥିବା ବେଳେ ୩,୧୪,୦୨୩ ଜଣ ସୁସ୍ଥ ହୋଇଛନ୍ତି। ୪୫୫୮ ଜଣ ଚିକିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.