banner
Breaking

ରାଜ୍ୟରେ ଆଜି ୪୩୪ ପଜିଟିଭ ଚିହ୍ନଟ ଓ ୫ ମୃତ।

0

ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୪୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୮୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୧୭ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ଜିଲାରୁ ସର୍ବାଧିକ ୪୪ଜଣ ଥିବା ଜଣାପଡିଛି। ସେହିପରି ସୁନ୍ଦରଗଡ ୪୧, ମୟୁରଭଞ୍ଜ ୨୭, ବରଗଡ ୨୩, ଭଦ୍ରକ ୮, ବାଲେଶ୍ୱର ୧୦, ଯାଜପୁର ୧୬, ରାୟଗଡାରୁ ୧, ନବରଙ୍ଗପୁର ୨, କେନ୍ଦ୍ରାପଡା ୮, କୋରାପୁଟ ୬, ଜଗତସିଂହପୁର ୯, ଢେଙ୍କାନାଳରୁ ୨, ଝାରସୁଗୁଡା ୭, ସମ୍ବଲପୁର ୮, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହପରି ରାଜ୍ୟରେ ଗୁରୁବାର କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୫୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୫ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଏବଂ ଭୁବନେଶ୍ୱର, ନୟାଗଡରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.