banner
Breaking

ଭାରତରେ ଜାନୁଆରୀ ସୁଦ୍ଧା ମିଳିବ କରୋନା ଟୀକା।

0

ନୂଆଦିଲ୍ଲୀ,୩।୧୨: ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି। ଜାନୁୟାରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସ୍‌ର ନିର୍ଦ୍ଦେଶକ ଡ.ରଣଦୀପ୍‌ ଗୁଲେରିଆ ସୂଚନା ଦେଇଛନ୍ତି। ସମ୍ପ୍ରତି ଦେଶରେ କରୋନା ଟିକାର ଅନ୍ତିମ ପର୍ଯ୍ୟାୟ କ୍ଲିନିକାଲ ଟ୍ରଏଲ୍‌ ଜାରି ରହିଛି। ଡିସେମ୍ବର ଶେଷ ସୁଦ୍ଧା ଅବା ଜାନୁୟାରୀ ପ୍ରଥମ ଭାଗରେ ଏନେଇ ସଫଳତା ମିଳିବାର ଆଶା ରହିଛି। ଭାରତୀୟ ନିୟାମକ କର୍ତ୍ତୃପକ୍ଷ (ଆଇଆର୍‌ଏ)ଙ୍କ ସ୍ବୀକୃତି ମିଳିବା ପରେ ଟିକା ସାଧାରଣ ଲୋକଙ୍କୁ ଦିଆଯାଇ ପାରିବ ବୋଲି ସେ କହିଛନ୍ତି। ଭାରତରେ କରୋନା ଟିକାର ସୁରକ୍ଷାକୁ ମାନକକୁ ଗୁରୁତର ସହିତ ଗ୍ରହଣ କରାଯାଇଛି। ଇତିମଧ୍ୟରେ କ୍ଲିନିକାଲ୍‌ ଟ୍ରାଏଲ୍‌ରେ ୭୦ ହଜାରରୁ ୮୦ ହଜାର ଲୋକଙ୍କଠାରେ ଟିକାର ପ୍ରୟୋଗ କରାଯାଇଛି। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳି ନାହିଁ। ଦେଶରେ ବ୍ୟାପକ ଭାବେ ଟିକା ଦିଆଗଲେ ହୁଏତ କେତେକ ଲୋକ ଅସୁସ୍ଥ ହୋଇ ପାରନ୍ତି। ମାତ୍ର ଅସୁସ୍ଥତା କରୋନା ଯିକା ଯୋଗୁ ହୋଇଥିବା ଭାବିବା ଭୁଲ୍‌ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.