banner
Breaking

ରାଜ୍ୟରେ ଆଜି ପୁଣି ୬୬୮ ପଜିଟିଭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ୱର,୨୩।୧୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୬୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮୩ଜଣ ସ୍ଥାନୀୟ ଅଞ୍ଚଳର ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୪ ହଜାର ୬୨୯ରେ ପହଞ୍ଚିଛି।
ସୋମବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡା ଜିଲାରୁ ସର୍ବାଧିକ ୬୮ଜଣ ଥିବା ଜଣାପଡିଛି। ସେହିପରି ଖୋର୍ଦ୍ଧାରୁ ୫୬ଜଣ, କଟକ ୩୭, ମୟୁରଭଞ୍ଜ ୫୦, ବରଗଡ ୧୮, ଭଦ୍ରକ ୧୫, ବାଲେଶ୍ୱର ୩୮, ଯାଜପୁର ୧୮, ରାୟଗଡାରୁ ୨, ନବରଙ୍ଗପୁର ୯, କେନ୍ଦ୍ରାପଡା ୨୧, ଜଗତସିଂହପୁର ୨୫, ଢେଙ୍କାନାଳରୁ ୬, ଝାରସୁଗୁଡା ୨୩, ଅନୁଗୋଳ ୪୬, ସମ୍ବଲପୁର ୨୫, ସୁନ୍ଦରଗଡ ୫୫ ଓ ଷ୍ଟେଟ ପୁଲରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୭ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪, ସୁନ୍ଦରଗଡ ୪, ସମ୍ବଲପୁରରୁ ୩, ବରଗଡରୁ ୨, ଝାରସୁଗୁଡା ୨, ବଲାଙ୍ଗୀର ଏବଂ କେନ୍ଦ୍ରାପଡା ଜିଲାରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.