banner
Breaking

ରାଜ୍ୟରେ ଆଜି ୬୪୪ ପଜିଟିଭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ୱର,୧୭।୧୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ କମୁଛି କରୋନା। ମଙ୍ଗଳବାର ୬୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୧ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣ ସ୍ଥାନୀୟ ଅଞ୍ଚଳର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୦୫୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୭୩ ଆକ୍ରାନ୍ତ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୯, ବାଲେଶ୍ୱରରୁ ୧୩, ବରଗଡ଼ରୁ ୧୪ , ଭଦ୍ରକରୁ ୧୯, ବଲାଙ୍ଗୀରରୁ ୩୨, ବୌଦ୍ଧରୁ ୩, କଟକରୁ ୩୮ , ଦେବଗଡ଼ରୁ ୩, ଢେଙ୍କାନାଳରୁ ୬, ଭଜପତିରୁ ୩ ଓ ଗଞ୍ଜାମରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୨୭, ଯାଜପୁରର ୧୭ , ଝାରସୁଗୁଡ଼ାରୁ ୨୬, କଳାହାଣ୍ଡିରୁ ୧୫ , କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୩୭, କୋରାପୁଟରୁ ୧, ମାଲକାନଗିରିରୁ ୧୬, ମୟୂରଭଞ୍ଜରୁ ୫୯ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୧୫ , ନୟାଗଡ଼ରୁ ୯, ନୂଆପଡ଼ାରୁ ୯, ପୁରୀରୁ ୩୪, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୫ ଓ ସୁବର୍ଣ୍ଣପୁରରୁ ୧୦ ଓ ସୁନ୍ଦରଗଡ଼ରୁ ୬୨ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩,୧୦,୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୮୦ ଚିକିତ୍ସାଧୀନ ଅଛନ୍ତି। ୨,୯୯,୧୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ମଙ୍ଗଳବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୬୦ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ ଓ ସମ୍ବଲପୁରରୁ ୩ ଜଣ ଅଛନ୍ତି। ଜଗତସିଂହପୁର, ସୁବର୍ଣ୍ଣପୁର ଜିଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଛି। ଏହାବ୍ୟତୀତ ଭୁବନେଶ୍ୱର, ଭଦ୍ରକ, ବରଗଡ଼ ପୁରୀ, ଗଞ୍ଜାମ ଓ କଟକ ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ତେବେ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା କମୁଥିବା ବେଳେ କରୋନା ମୃତ୍ୟୁ ହାର କମିବାର ନାଁ ନେଉନି। ଯାହାକି ଚିନ୍ତାର ବିଷୟ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.