banner
Breaking

୩୦ରୁ ୨୯ ଜିଲ୍ଲାକୁ ଖସିଲା କରୋନା। ଆଜି ୭୪୯ ପଜିଟିଭ ଚିହ୍ନଟ ଓ ୧୬ ମୃତ।

0

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସ°ଖ୍ୟା। କ୍ରମାନ୍ବୟରେ ୩୦ଟି ଜିଲ୍ଲାରୁ ଚିହ୍ନଟ ହେଉଥିବାବେଳେ ଆଜି ରାଜ୍ୟର ୨୯ ଜିଲାରୁ ୭୪୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୯,୪୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ବୌଦ୍ଧ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଥିବା ବେଳେ ବାକି ୨୯ଟି ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ରହିଥିବା ଜଣାପଡ଼ିଛି। ଖୋର୍ଦ୍ଧାରୁ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୭୮ ଏବଂ ସୁନ୍ଦରଗଡ଼ରୁ ୫୫ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳ ୪୫, ବାଲେଶ୍ୱର ୩୮, ବରଗଡ଼ ୨୪, ଭଦ୍ରକ ୧୫, ବଲାଙ୍ଗୀର ୨୪, କଟକ ୩୭, ଦେବଗଡ଼ ୨, ଢେଙ୍କାନାଳ ୩୧, ଗଜପତି ୫, ଗଞ୍ଜାମ ୭, ଜଗତସିଂହପୁର ୪୮, ଯାଜପୁର ୧୮, ଝାରସୁଗୁଡ଼ା ୨୪, କଳାହାଣ୍ଡି ୧୪, କନ୍ଧମାଳ ୭, କେନ୍ଦ୍ରାପଡ଼ା ୩୦, କେନ୍ଦୁଝର ୪୧, କୋରାପୁଟ ୩, ମାଲକାନଗିରି ୧୦, ନବରଙ୍ଗପୁର ୧୭, ନୟାଗଡ଼ ୬, ନୂଆପଡ଼ା ୧୪, ପୁରୀ ୧୫, ସୋନପୁର ୨ ଏବଂ ସମ୍ବଲପୁରରୁ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୯,୪୦୮ରେ ପହଞ୍ଚିଥିବା ବେଳେ ୨,୯୭,୮୬୨ଜଣ ସୁସ୍ଥ ହୋଇଛନ୍ତି। ୯୯୫୦ ଜଣ ଚିକିତ୍ସିତ ହେଉଛନ୍ତି। ୧୫୪୩ ଜଣଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୪୩ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼ରୁ ୩ ଏବଂ ଝାରସଗୁଡ଼ାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧା, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.