banner
Breaking

ରାଜ୍ୟରେ ଆଜି ୧୫୪୭ ପଜିଟିଭ ଚିହ୍ନଟ ଓ ୧୧ ମୃତ

0

ଭୁବନେଶ୍ୱର,୩୦ା୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଶୁକ୍ରବାର ୩୦ ଜିଲାରୁ ୧୫୪୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୯୧ ଜଣ ଚିହ୍ନଟ ହୋଇଥିବା ବେଳେ ୬୫୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୮ ଏବଂ ଅନୁଗୋଳରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୭୯, ବରଗଡ଼ ୩୫, ଭଦ୍ରକ ୪୩, ବଲାଙ୍ଗୀର ୭୯, ବୌଦ୍ଧ ୧୨, ଦେବଗଡ଼ ୧୭, ଢେଙ୍କାନାଳ ୪୦, ଗଜପତି ୮, ଗଞ୍ଜାମ ୨୪, ଜଗତସିଂହପୁର ୮୯, ଯାଜପୁର ୭୦, ଝାରସୁଗୁଡ଼ା ୩୭, କଳାହାଣ୍ଡି ୩୭, କନ୍ଧମାଳ ୨୪, କେନ୍ଦ୍ରାପଡ଼ା ୬୧, କେନ୍ଦୁଝର ୭୧, କୋରାପୁଟ ୩୭, ମାଲକାନଗିରି ୧୭, ମୟୂରଭଞ୍ଜ ୮୮, ନବରଙ୍ଗପୁର ୩୦, ନୟାଗଡ଼ ୩୪, ନୂଆପଡ଼ା ୫୯, ପୁରୀ ୫୯, ରାୟଗଡ଼ା ୯, ସମ୍ବଲପୁର ୨୩, ସୋନପୁର ୨୨ ଏବଂ ସୁନ୍ଦରଗଡ଼ରୁ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ରେ ପହଞ୍ଚିଥିବା ବେଳେ ୨, ୭୨,୦୩୮ ଜଣ ସୁସ୍ଥ ହୋଇଛନ୍ତି। ୧୫,୨୪୭ ଜଣ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୦୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ଖୋର୍ଦ୍ଧାରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ କଟକରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନୁଗୋଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, ନୂଆପଡ଼ା, ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.