banner
Breaking

ରାଜ୍ୟରେ ଆଜି ୧୫୪୦ ପଜିଟିଭ ଚିହ୍ନଟ ଓ ୧୨ ମୃତ।

0

ଭୁବନେଶ୍ୱର,୨୮।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୫୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୬ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୬୫୪ଜଣ ସ୍ଥାନୀୟ ଅଞ୍ଚଳର ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୮୫ ହଜାର ୪୮୨ରେ ପହଞ୍ଚିଛି।
ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦୮ ଜଣ, କଟକ ୯୯, ମୟୁରଭଞ୍ଜ ୯୧, ବରଗଡ ୪୧, ଭଦ୍ରକ ୯, ବାଲେଶ୍ୱର ୯୨, ବଲାଙ୍ଗୀର-୬୭,ବୌଦ୍ଧ-୩, ଯାଜପୁର ୨୨, ରାୟଗଡାରୁ ୧୦, ନବରଙ୍ଗପୁର ୪୩, କେନ୍ଦ୍ରାପଡା ୬୨, କୋରାପୁଟ ୨୬, ଜଗତସିଂହପୁର ୭୮, ଢେଙ୍କାନାଳରୁ ୨୪, ଝାରସୁଗୁଡା ୪୨, ଅନୁଗୋଳ ୧୦୦, ନୂଆପଡା ୫୧, ସମ୍ବଲପୁର ୩୨, ସୁନ୍ଦରଗଡ ୧୧୧, ସୋନପୁର ୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ବୁଧବାର କରୋନା ଆଉ ୧୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୨୮୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୨ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୨, ଝାରସୁଗୁଡାରୁ ୨, ନୂଆପଡାରୁ ୨, ନବରଙ୍ଗପୁର, ପୁରୀ, ସୁନ୍ଦରଗଡର, ଗଞ୍ଜାମ, କଟକ, ସମ୍ବଲପୁରରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.