banner
Breaking

ରାଜ୍ୟରେ ଆଜି ୧୨୪୭ ପଜିଟିଭ ଚିହ୍ନଟ ଓ ୧୩ ମୃତ।

0

ଭୁବନେଶ୍ୱର,୨୭।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୨୪୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨୯ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୧୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୩,୯୪୨ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୬୯ଜଣ ରହିଥିବା ବେଳେ ବାଲେଶ୍ୱରରୁ ୨୩, ବରଗଡ଼ରୁ ୩୨, ଭଦ୍ରକରୁ ୭, ବଲାଙ୍ଗୀରରୁ ୬୮, ବୌଦ୍ଧରୁ ୩୭, କଟକରୁ ୧୦୫, ଦେଓଗଡ଼ରୁ ୧୬, ଢେଙ୍କାନାଳରୁ ୪୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୫୪, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୪୯, କେନ୍ଦୁଝର ୪୧, ଖୋର୍ଦ୍ଧାରୁ ୨୦୬, କୋରାପୁଟରୁ ୨୬, ମାଲକାନଗିରିରୁ ୧୧, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୩୮, ପୁରୀରୁ ୨୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୨୪, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୯୬, ଷ୍ଟେଟ ପୁଲରୁ ୨୯ଜଣ ରହିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨,୮୩,୯୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬,୫୧୨ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨,୬୬,୧୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୭୨ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ୧୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୪ ଜଣ ରହିଥିବା ବେଳେ ନୂଆପଡ଼ାରୁ ୩, ଝାରସୁଗୁଡ଼ା-କେନ୍ଦୁଝରରୁ ୨ଜଣ ଲେଖାଏ, ମାଲକାନଗିରି-ସୁନ୍ଦରଗଡ଼ରୁ ଜଣେ ଲେଖାଏ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.