banner
Breaking

ରାଜ୍ୟରେ ଆଜି ୧୪୮୦ ପଜିଟିଭ ଚିହ୍ନଟ ଓ ୧୪ ମୃତ।

0

ଭୁବନେଶ୍ୱର,୨୬/୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୪୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରୁ ୬୨୨ ଏବଂ ସଙ୍ଗରୋଧରୁ ୮୫୮ ଜଣ ରହିଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୧୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୟୁରଭଞ୍ଜରୁ ୧୧୩, ଖୋର୍ଦ୍ଧାରୁ ୧୧୦, କଟକରୁ ୧୦୬, ସୁନ୍ଦରଗଡ଼ରୁ ୯୦, କେନ୍ଦୁଝରରୁ ୮୭, ବାଲେଶ୍ୱରରୁ ୮୪, ଜଗତସିଂହପୁରରୁ ୭୨, ଯାଜପୁରରୁ ୫୬, କେନ୍ଦ୍ରାପଡ଼ାରୁ ୫୧, ଝାରସୁଗୁଡ଼ାରୁ ୫୦, ବରଗଡ଼ରୁ ୪୯, ପୁରୀରୁ ୪୭, ବଲାଙ୍ଗୀର ଏବଂ ନୂଆପଡ଼ାରୁ ୪୪ ଜଣ ଲେଖାଏଁ, ନବରଂଗପୁରରୁ ୪୦, କୋରାପୁଟରୁ ୩୯ ଏବଂ ସମ୍ବଲପୁରରୁ ୨୯, ନୟାଗଡ଼ରୁ ୨୮, ଢେଙ୍କାନାଳରୁ ୨୫, ଭଦ୍ରକ ଓ କଳାହାଣ୍ଡିରୁ ୨୪, ମାଲକାନଗିରିରୁ ୨୩, ଗଂଜାମରୁ ୨୦, ସୋନପୁରରୁ ୧୪, ବୌଦ୍ଧରୁ ୧୨, ଦେବଗଡ଼ରୁ ୧୧, ରାୟଗଡ଼ାରୁ ୮, କନ୍ଧମାଳରୁ ୭, ଗଜପତିରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଏ ପର୍ଯ୍ୟନ୍ତ ୪୩ ଲକ୍ଷ ୫୪ ହଜାର ୯୫୬ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ୨ ହଜାର ୭୧ ଜଣ ସୁସ୍ଥ ହେବା ପରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୨୮୧କୁ ହ୍ରାସ ପାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ଫଳରେ ମୃତ୍ୟୁ ସଂଖ୍ୟା ୧୨୫୯ରେ ପହଞ୍ଚିଛି। ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁର, ଗଂଜାମ, ବରଗଡ଼ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଥିବା ବେଳେ ସୁନ୍ଦରଗଡ଼, ମୟୁରଭଞ୍ଜ, ଭୁବନେଶ୍ୱରରୁ, ନୂଆପଡ଼ା ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.