banner
Breaking

ରାଜ୍ୟରେ ଆଜି ପୁଣି ୧୯୧୩ ପଜିଟିଭ ଚିହ୍ନଟ ଓ ୧୫ ମୃତ।

0

ଭୁବନେଶ୍ୱର,୨୨।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୯୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୦୪ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୭୬ ହଜାର ୦୭୪ରେ ପହଞ୍ଚିଛି।
ଗୁରୁବାର ୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫୪ଜଣ ଥିବା ଜଣାପଡିଛି। ସେହିପରି କଟକ ୧୫୦, ମୟୁରଭଞ୍ଜ ୯୨, ବରଗଡ ୬୩, ଭଦ୍ରକ ୪୬, ବାଲେଶ୍ୱର ୭୩, ବଲାଙ୍ଗୀର-୬୩,ବୌଦ୍ଧ-୧୨, ଯାଜପୁର ୭୨, ରାୟଗଡାରୁ ୧୪, ନବରଙ୍ଗପୁର ୪୧, କେନ୍ଦ୍ରାପଡା ୫୧, କୋରାପୁଟ ୫୪, ଜଗତସିଂହପୁର ୯୯, ଢେଙ୍କାନାଳରୁ ୪୮, ଝାରସୁଗୁଡା ୪୮, ଅନୁଗୋଳ ୧୦୬, ନୂଆପଡା ୬୩, ସମ୍ବଲପୁର ୫୦, ସୁନ୍ଦରଗଡ ୯୯, ସୋନପୁର୨୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଗୁରୁବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୫ ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ୩, ମୟୁରଭଞ୍ଜରୁ ୩, ଭୁବନେଶ୍ୱରରୁ ୨, ଢେଙ୍କାନାଳରୁ ୨, ସୁବର୍ନପୁର ୨, କଟକ ୧, ପୁରୀ ୧, ରାଉରକେଲାରୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.