banner
Breaking

ରାଜ୍ୟରେ ଆରୋଗ୍ୟଙ୍କ ସ°ଖ୍ୟା ବଢ଼ିବାରେ ଲାଗିଛି।

0

ଭୁବନେଶ୍ୱର, ୨୦।୧୦: ଓଡ଼ିଶାରେ କରୋନାରୁ ଆରୋଗ୍ୟ ହୋଇଥିବା ଲୋକ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାଜ୍ୟରେ ଆଉ ୨,୬୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥ ହୋଇଥିବା ମୋଟ୍‌ ଲୋକ ସଂଖ୍ୟା ୨ ଲକ୍ଷ ୫୨ ହଜାର ୧୯୭କୁ ବୃଦ୍ଧି ପାଇଛି। ମଙ୍ଗଳବାର ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୩୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହା ପଛକୁ ଅନୁଗୋଳରୁ ୨୧୬, କଟକ ୧୯୭, ମୟୂରଭଞ୍ଜ ୧୩୧, ସୁନ୍ଦରଗଡ଼ ୧୨୫, କଳାହାଣ୍ଡି ୧୧୮, ବଲାଙ୍ଗୀର ୧୧୪, ବାଲେଶ୍ୱର ୯୯, ନୂଆପଡ଼ା ୯୯, ଯାଜପୁର ୯୩, ବରଗଡ଼ ୯୧, ଝାରସୁଗୁଡ଼ା ୮୯, ସମ୍ବଲପୁର ୮୫, କେନ୍ଦ୍ରାପଡ଼ା ୭୦, ପୁରୀ ୬୫, ସୋନପୁର ୬୦, ଜଗତ୍‌ସିଂହପୁର ୫୯, କୋରାପୁଟ ୫୫, ନବରଙ୍ଗପୁର ୫୨, ଭଦ୍ରକ ୪୬, ନୟାଗଡ଼ ୩୯, କନ୍ଧମାଳ ୩୮, ଗଞ୍ଜାମ ୩୫, ବୌଦ୍ଧ ୩୨, କେନ୍ଦୁଝର ୩୨, ଢେଙ୍କାନାଳ ୨୫ ଓ ମାଲକାନଗିରିରୁ ୨୪ ଜଣ ଆରୋଗ୍ୟ ଲାଭ କରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.