banner
Breaking

ରାଜ୍ୟରେ ଆଜି ୧୯୮୨ ପଜିଟିଭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରେ କରୋନା ପ୍ରଭାବ ଧୀରେ ଧୀରେ କମିବାକୁ ଲାଗିଛି। ୪ ହଜାର ଛୁଇଁଥିବା ସ°ଖ୍ୟା ୨ ହଜାର ତଳକୁ ଖସିଛି। ଆଜି ରାଜ୍ୟରେ ୧୯୮୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୫୬ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।
ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୪୫ ଏବଂ ଅନୁଗୋଳରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୮୬, ବରଗଡ଼ ୪୬, ଭଦ୍ରକ ୬୩, ବଲାଙ୍ଗୀର ୮୮, ବୌଦ୍ଧ ୧୧, ଦେବଗଡ଼ ୧୪, ଢେଙ୍କାନାଳ ୫୫, ଗଜପତି ୧୦, ଗଞ୍ଜାମ ୨୪, ଜଗତସିଂହପୁର ୫୫, ଯାଜପୁର ୮୬, ଝାରସୁଗୁଡ଼ା ୫୦, କଳାହାଣ୍ଡି ୪୩, କନ୍ଧମାଳ ୨୩, କେନ୍ଦ୍ରାପଡ଼ା ୬୫, କେନ୍ଦୁଝର ୫୯, କୋରାପୁଟ ୪୨, ମାଲକାନଗିରି ୪୧, ମୟୂରଭଞ୍ଜ ୧୦୭, ନବରଙ୍ଗପୁର ୫୨, ନୟାଗଡ଼ ୩୩, ନୂଆପଡ଼ା ୩୭, ପୁରୀ ୭୨, ରାୟଗଡ଼ା ୧୦, ସମ୍ବଲପୁର ୩୮ ଏବଂ ସୋନପୁର ଏବଂ ସୁନ୍ଦରଗଡ଼ରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ରେ ପହଞ୍ଚିଥିବା ବେଳେ ୨,୪୬,୮୩୭ ଜଣ ସୁସ୍ଥ ହୋଇଛନ୍ତି। ୨୨,୩୦୪ ଜଣ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରୁ ଆଉ ୧୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଏବଂ କଟକରୁ ୩ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ଝାରସୁଗୁଡ଼ାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁର, ବୌଦ୍ଧ, ବରଗଡ଼, ମୟୂରଭଞ୍ଜ ଏବଂ ନୂଆପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.