banner
Breaking

ରାଜ୍ୟରେ ଆଜି ୨୧୯୬ ପଜିଟିଭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ୱର,୧୭।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୧୯୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭୪ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୨୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୩୪୫ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୦୭ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୪, ବରଗଡ଼ ୮୦, ଭଦ୍ରକ ୧୬, ବଲାଙ୍ଗୀର ୭୧, ବୌଦ୍ଧ ୩୨, କଟକ ୧୭୫, ଢେଙ୍କାନାଳ ୩୩, ଗଜପତି ୭, ଗଞ୍ଜାମ ୧୩, ଜଗତସିଂହପୁର ୮୬, ଯାଜପୁର ୧୧୩, ଝାରସୁଗୁଡ଼ା ୭୧, କଳାହାଣ୍ଡି ୯୪, କନ୍ଧମାଳ ୩୪, କେନ୍ଦ୍ରାପଡ଼ା ୮୨, କେନ୍ଦୁଝର ୬୭, ଖୋର୍ଦ୍ଧା ୨୫୯,କୋରାପୁଟ ୨୯, ମାଲକାନଗିରି ୩୮, ମୟୂରଭଞ୍ଜ ୧୧୯, ନବରଙ୍ଗପୁର ୫୦, ନୟାଗଡ଼ ୨୦, ନୂଆପଡ଼ା ୧୦୮, ପୁରୀ ୭୭, ରାୟଗଡ଼ା ୧୪, ସମ୍ବଲପୁର ୩୭, ସୋନପୁର ୭୦, ସୁନ୍ଦରଗଡ଼ ୧୪୦, ଷ୍ଟେଟ ପୋଲରୁ ୫୦ଜଣ ରହିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨,୬୬,୩୪୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩,୭୮୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨,୪୧,୩୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଶନିବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୨୧ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୭ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫, କଟକରୁ ୨, ଅନୁଗୋଳ, ବାଲେଶ୍ୱର, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲାରୁ ଜଣେ ଲେଖାଏ ରହିଛନ୍ତି । 

Khansweb Solution Bhubaneswar

Leave A Reply

Your email address will not be published.