banner
Breaking

ରାଜ୍ୟରେ ଆଜି ୨୧୩୮ ପଜିଟିଭ ଚିହ୍ନଟ ଓ ୧୫ ମୃତ।

0

ଭୁବନେଶ୍ୱର,୧୬/୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୫୧ ସଙ୍ଗରୋଧ କେନ୍ଦ୍ରରୁ ଓ ୮୮୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪,୧୪୯ରେ ପହଞ୍ଚିଛି। ସେଥିରୁ ୨,୩୮,୫୩୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪,୪୫୭ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ଆଜି ୩୦ଟି ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୬୧ , କଟକରୁ ୧୫୬ ଓ ଗଜପତିରୁ ସର୍ବନିମ୍ନ ୮। ଅନୁଗୁଳରୁ ୧୫୧, ବାଲେଶ୍ୱର ୫୭, ବରଗଡ଼ ୭୩, ଭଦ୍ରକ ୪୭, ବଲାଙ୍ଗୀର ୭୯, ବୌଦ୍ଧ ୨୧, ଦେଓଗଡ଼ ୯, ଢେଙ୍କାନାଳ ୩୮, ଗଞ୍ଜାମ ୧୮, ଜଗତସିଂହପୁର ୬୬, ଯାଜପୁର ୭୧, ଝାରସୁଗୁଡ଼ା ୫୫, କଳାହାଣ୍ଡି ୫୧, କନ୍ଧମାଳ ୨୪, କେନ୍ଦ୍ରାପଡ଼ା ୭୨, କେନ୍ଦୁଝର ୪୬, କୋରାପୁଟ ୩୮, ମାଲକାନଗିରି ୫୫, ମୟୁରଭଞ୍ଜ ୧୧୯, ନବରଙ୍ଗପୁର ୨୧, ନୟାଗଡ଼ ୩୧, ନୂଆପଡ଼ା ୪୧, ପୁରୀ ୭୩, ରାୟଗଡ଼ା ୨୫, ସମ୍ବଲପୁର ୫୩, ସୋନପୁର ୮୦, ସୁନ୍ଦରଗଡ଼ ୧୩୭, ଷ୍ଟେଟ ପୁଲରୁ ୬୨ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଶୁକ୍ରବାର ୧୫ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥି ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୦୪ରେ ପହଞ୍ଚିଛି। ଆଜି ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, କଟକ, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରି ପୁରୀ, ଭଦ୍ରକ, ବରଗଡ଼, କେନ୍ଦ୍ରାପଡ଼ା ଜଗତସିଂହପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏନେଇ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.