banner
Breaking

ରାଜ୍ୟରେ ଆଜି ପୁଣି ୨୬୦୪ ପଜିଟିଭ ଚିହ୍ନଟ ଓ ୧୫ ମୃତ।

0

ଭୁବନେଶ୍ୱର,୧୪।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୬୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୧୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୦୯୩ଜଣ ସ୍ଥାନୀୟ ଅଞ୍ଚଳର ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୫୯ ହଜାର ୫୪୧ରେ ପହଞ୍ଚିଛି।
ବୁଧବାର ୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୮୫ଜଣ ଥିବା ଜଣାପଡିଛି। ସେହିପରି କଟକ ୨୦୯, ମୟୁରଭଞ୍ଜ ୧୨୨, ବରଗଡ ୯୦, ଭଦ୍ରକ ୫୦, ବାଲେଶ୍ୱର ୧୬୪, ଯାଜପୁର ୧୧୩, ରାୟଗଡାରୁ ୨୧, ନବରଙ୍ଗପୁର ୬୦, କେନ୍ଦ୍ରାପଡା ୭୦, କୋରାପୁଟ ୩୧, ଜଗତସିଂହପୁର ୮୪, ଢେଙ୍କାନାଳରୁ ୩୩, ଝାରସୁଗୁଡା ୫୭, ଅନୁଗୋଳ ୨୧୬, ନୂଆପଡା ୯୫, ସମ୍ବଲପୁର ୪୯, ସୁନ୍ଦରଗଡ ୧୮୬, ସୋନପୁର ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୫ ମୃତକଙ୍କ ମଧ୍ୟରୁ କଟକରୁ ୩, ଭୁବନେଶ୍ୱରରୁ, ପୁରୀ, କନ୍ଧମାଳ,ବୌଦ୍ଧ, ଗଞ୍ଜାମ, ରାୟଗଡା, ମୟୁରଭଞ୍ଜ, କଳାହାଣ୍ଡି, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ ଏବଂ କେନ୍ଦ୍ରାପଡା ଜିଲାରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.