banner
Breaking

ରାଜ୍ୟରେ କହୁଛି କରୋନା। ଆଜି ୨୨୭୫ ପଜିଟିଭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ୱର,୧୩/୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି କମିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ରାଜ୍ୟରୁ ୨୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୩୧୮ ଜଣ ଓ ୯୫୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬, ୯୩୭ରେ ପହଞ୍ଚିଛି। ସେଥିରୁ ୨,୩୦,୧୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫,୬୩୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୬୪ ଓ କଟକରୁ ୧୪୪। ଅନୁଗୁଳରୁ ୧୩୬, ବାଲେଶ୍ୱର ୧୧୧, ବରଗଡ଼ ୬୪, ଭଦ୍ରକ ୫୦,ବଲାଙ୍ଗୀର ୭୭, ବୌଦ୍ଧ ୨୧, ଦେଓଗଡ଼ ୧୫, ଢେଙ୍କାନାଳ ୨୭, ଗଜପତି ୬, ଗଞ୍ଜାମ ୩୬, ଜଗତସିଂହପୁର ୫୫, ଯାଜପୁର ୮୨, ଝାରସୁଗୁଡ଼ା ୧୦୦, କଳାହାଣ୍ଡି ୬୪, କନ୍ଧମାଳ ୫୦, କେନ୍ଦ୍ରାପଡ଼ା ୬୮, କେନ୍ଦୁଝର ୩୭, କୋରାପୁଟ ୩୯, ମାଲାକନଗିରି ୫୩, ମୟୁରଭଞ୍ଜ ୧୧୦, ନବରଙ୍ଗପୁର ୩୯, ନୟାଗଡ଼ ୩୧, ନୂଆପଡ଼ା ୬୯, ପୁରୀ ୭୧, ରାୟଗଡ଼ା ୩୩, ସମ୍ବଲପୁର ୫୬, ସୋନପୁର ୫୦, ସୁନ୍ଦରଗଡ଼ ୧୫୦, ଷ୍ଟେଟ ପୁଲ ୬୭ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୦୫୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ୧୭ ଜଣ ମୃତକଙ୍କ ମଧ୍ୟରୁ ମୟୁରଭଞ୍ଜ ଜିଲାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ବରରୁ ୩ ଜଣ ପ୍ରାଣ ହରାଇଥିବା ବେଳେ ପୁରୀ ଜିଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ବାଲୋଶ୍ବର, ବଲାଙ୍ଗୀର, ଜହତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.