banner
Breaking

ରାଜ୍ୟରେ ଆଜି ପୁଣି ୨୪୨୩ ପଜିଟିଭ ଚିହ୍ନଟ ଓ ୧୮ ମୃତ।

0

ଭୁବନେଶ୍ୱର,୧୨ା୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୪୨୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୧୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୨୯ ଏବଂ ସୁନ୍ଦରଗଡ଼ରୁ ୧୯୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୪୨, ବରଗଡ଼ ୯୯, ଭଦ୍ରକ ୬୭, ବଲାଙ୍ଗୀର ୯୩, ବୌଦ୍ଧ ୧୦, କଟକ ୧୧୮, ଦେବଗଡ଼ ୧୭, ଢେଙ୍କାନାଳ ୬୬, ଗଜପତି ୭, ଗଞ୍ଜାମ ୩୭, ଜଗତସିଂହପୁର ୮୪, ଯାଜପୁର ୯୭, ଝାରସୁଗୁଡ଼ା ୬୬, କଳାହାଣ୍ଡି ୫୭, କନ୍ଧମାଳ ୩୫, କେନ୍ଦ୍ରାପଡ଼ା ୭୩, କେନ୍ଦୁଝର ୭୦, କୋରାପୁଟ ୨୪, ମାଲକାନଗିରି ୪୮, ମୟୂରଭଞ୍ଜ ୧୨୮, ନବରଙ୍ଗପୁର ୨୮, ନୟାଗଡ଼ ୪୦, ନୂଆପଡ଼ା ୬୩, ପୁରୀ ୭୩, ରାୟଗଡ଼ା ୧୦, ସମ୍ବଲପୁର ୬୦ ଏବଂ ସୋନପୁରରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ରେ ପହଞ୍ଚିଥିବା ବେଳେ ୨,୨୭,୬୧୫ ଜଣ ସୁସ୍ଥ ହୋଇଛନ୍ତି। ୨୫,୯୫୪ ଜଣ ଚିକିତ୍ସିତ ହେଉଛନ୍ତି। ୧୦୪୦ ଜଣଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ସୋମବାର ରାଜ୍ୟରେ ଆଉ ୧୮ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୪୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସର୍ବାଧିକ କଟକ ଜିଲାରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଏବଂ ବାଲେଶ୍ୱରରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଯାଜପୁର ଏବଂ ସୁନ୍ଦରଗଡ଼ରରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ ଏବଂ ଜଗତସିଂହପୁର ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.