banner
Breaking

ରାଜ୍ୟରେ ଆଜି ୨୫୪୬ ପଜିଟିଭ ଚିହ୍ନଟ ଓ ୧୬ ମୃତ।

0

ଭୁବନେଶ୍ୱର,୧୧/୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୫୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦୪ ସଙ୍ଗରୋଧ କେନ୍ଦ୍ରରୁ ଓ ୧ ହଜାର ୦୪୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ରେ ପହଞ୍ଚିଛି। ସେଥିରୁ ୨,୨୪,୨୭୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬,୮୯୧ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୦ ଓ କଟକରୁ ୧୩୪। ଅନୁଗୁଳରୁ ୨୦୮, ବାଲେଶ୍ୱର ୧୦୩, ବରଗଡ଼ ୯୨, ଭଦ୍ରକ ୩୪, ବଲାଙ୍ଗୀର ୮୫, ବୌଦ୍ଧ ୩୭, ଦେଓଗଡ଼ ୧୪, ଢେଙ୍କାନାଳ ୨୫, ଗଜପତି ୧୦, ଗଞ୍ଜାମ ୩୪, ଜଗତସିଂହପୁର ୮୬, ଯାଜପୁର ୯୦, ଝାରସୁଗୁଡ଼ା ୫୭, କଳାହାଣ୍ଡି ୭୫, କନ୍ଧମାଳ ୪୯, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୪୩, କୋରାପୁଟ ୭୨, ମାଲକାନଗିରି ୨୭, ମୟୁରଭଞ୍ଜ ୧୨୦, ନବରଙ୍ଗପୁର ୬୦, ନୟାଗଡ଼ ୪୮, ନୂଆପଡ଼ା ୮୮, ପୁରୀ ୭୦, ରାୟଗଡ଼ା ୨୧, ସମ୍ବଲପୁର ୮୪, ସୋନପୁର ୪୮, ସୁନ୍ଦରଗଡ଼ ୧୬୧, ଷ୍ଟେଟ ପୁଲ ୮୬ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରବିବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୨୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱରରୁ ୪, ଢେଙ୍କାନାଳରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ା, କୋରାପୁଟ ଏବଂ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.