banner
Breaking

ରାଜ୍ୟରେ ଆଜି ପୁଣି ୨୮୫୪ ପଜିଟିଭ ଚିହ୍ନଟ ଓ ୧୫ ମୃତ।

0

ଭୁବନେଶ୍ୱର, ୧୦।୧୦(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୨୮୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୯୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ ରେ ପହଞ୍ଚିଛି।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୧୩୧ ରହିଥିବାବେଳେ ବାଲେଶ୍ୱର ୧୧୬, ବରଗଡ଼ ୯୫,ଭଦ୍ରକ ୬୬, ବଲାଙ୍ଗୀ ୯୭, ବୌଦ୍ଧ ୨୦, କଟକ ୨୪୪, ଦେବଗଡ଼ ୧୬, ଢେଙ୍କାନାଳ ୪୩, ଗଜପତି ୧୯, ଗଞ୍ଜାମ ୩୯, ଜଗତ୍‌ସିଂପୁର ୬୮, ଯାଜପୁ ୯୯, ଝାରସୁଗୁଡ଼ା ୬୮, କଳାହାଣ୍ଡି ୧୦୫, କନ୍ଧମାଳ ୪୫, କେନ୍ଦ୍ରାପଡ଼ା ୯୧, କେନ୍ଦୁଝର ୬୭, ଖୋର୍ଦ୍ଧା ୩୯୩, କୋରାପୁଯ ୪୬, ମାଲକାନଗିରି ୬୧, ମୟୂରଭଞ୍ଜ ୧୨୭, ନବରଙ୍ଗପୁର ୯୨, ନୟାଗଡ଼ ୬୫, ନୂଆପଡ଼ା ୮୩, ପୁରୀ ୧୧୪, ରାୟଗଡ଼ା ୨୯, ସମ୍ବଲପୁର ୧୦୫, ସୋନପୁର ୭୯, ସୁନ୍ଦରଗଡ଼ ୧୪୩ ଏବଂ ଷ୍ଟେଟ ପୁଲ୍‌ରୁ ୮୮ ଜଣ ରହିଛନ୍ତି।
ସୂଚନାଯୋଗ୍ୟ,ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨,୪୯,୬୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୮,୨୪୬ ଟି ଆକ୍ଟିଭ କେସ୍‌ ରହିଥିବା ବେଳେ ୨,୨୦୩,୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଶନିବାର ଆଉ ୧୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୦୬ରେ ପହଞ୍ଚିଛି।
୧୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ୨, ବାଲେଶ୍ୱର, ବଲାଙ୍ଗୀର, ଗଞ୍ଜାମ, ଜଗତ୍‌ସିହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲାରୁ ୧ ଲେଖାଏଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.