banner
Breaking

ରାଜ୍ୟରେ ଆଜି ପୁଣି ୨୬୯୭ ପଜିଟିଭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ୱର,୯ା୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୬୯୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨, ୪୬, ୮୩୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।
ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୩୪ ଏବଂ ନୂଆପଡ଼ାରୁ ୧୫୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧୦୭, ବାଲେଶ୍ୱର ୧୧୫, ବରଗଡ଼ ୮୬, ଭଦ୍ରକ ୬୬, ବଲାଙ୍ଗୀର ୬୨, ବୌଦ୍ଧ ୩୧, ଦେବଗଡ଼ ୧୫, ଢେଙ୍କାନାଳ ୪୫, ଗଜପତି ୮, ଗଞ୍ଜାମ ୪୫, ଜଗତସିଂହପୁର ୬୫, ଯାଜପୁର ୧୧୮, ଝାରସୁଗୁଡ଼ା ୭୭, କଳାହାଣ୍ଡି ୪୫, କନ୍ଧମାଳ ୩୪, କେନ୍ଦ୍ରାପଡ଼ା ୬୯, କେନ୍ଦୁଝର ୭୫, କୋରାପୁଟ ୪୫, ମାଲକାନଗିରି ୪୦, ମୟୂରଭଞ୍ଜ ୧୩୪, ନବରଙ୍ଗପୁର ୫୧, ନୟାଗଡ଼ ୩୮, ପୁରୀ ୬୪, ରାୟଗଡ଼ା ୩, ସମ୍ବଲପୁର ୧୦୭, ସୋନପୁର ୬୯ ଏବଂ ସୁନ୍ଦରଗଡ଼ରୁ ୧୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୮୩୯ରେ ପହଞ୍ଚିଥିବା ବେଳେ ୨,୧୬,୯୮୪ଜଣ ସୁସ୍ଥ ହୋଇଛନ୍ତି। ୨୮,୮୧୧ ଜଣ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଶୁକ୍ରବାର ରାଜ୍ୟରୁ ଆଉ ୧୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୯୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱରରୁ ୩, ପୁରୀ ଏବଂ ମୟୂରଭଞ୍ଜରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ବରଗଡ଼, କଳାହାଣ୍ଡି, କନ୍ଧମାଳ,ମାଲକାନଗିରି ନୟାଗଡ଼ ଏବଂ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.