banner
Breaking

ରାଜ୍ୟରେ ଆଜି ପୁଣି ୩୧୪୪ ପଜିଟିଭ ଚିହ୍ନଟ ଓ ୧୬ ମୃତ।

0

ଭୁବନେଶ୍ୱର,୮।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୧୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୫ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୩୧୯ଜଣ ସ୍ଥାନୀୟ ଅଞ୍ଚଳର ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୨ ଲକ୍ଷ ୪୪ ହଜାର ୧୪୨ରେ ପହଞ୍ଚିଛି।
ଗୁରୁବାର ୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୬୨ଜଣ ଥିବା ଜଣାପଡିଛି। ସେହିପରି କଟକ ୨୪୩, ମୟୁରଭଞ୍ଜ ୧୧୫, ବରଗଡ ୯୪, ଭଦ୍ରକ ୧୦୧, ବାଲେଶ୍ୱର ୭୨, ଯାଜପୁର ୧୦୧, ରାୟଗଡାରୁ ୨୯, ନବରଙ୍ଗପୁର ୧୦୭, କେନ୍ଦ୍ରାପଡା ୮୨, କୋରାପୁଟ ୩୭, ଜଗତସିଂହପୁର ୭୭, ଢେଙ୍କାନାଳରୁ ୭୩, ଝାରସୁଗୁଡା ୮୩,ଅନୁଗୋଳ ୧୨୮, ନୂଆପଡା ୧୧୪, ସମ୍ବଲପୁର ୧୩୬, ସୁନ୍ଦରଗଡ ୧୦୫, ସୋନପୁର ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭୪ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୬ ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ୪, ଭୁବନେଶ୍ୱରରୁ ୪, କଳାହାଣ୍ଡି, ନୟାଗଡ, ମୟୁରୁଭଞ୍ଜ ଜିଲାରୁ ୨ ଜଣ ଲେଖାଏ ଥିବାବେଳେ ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.