banner
Breaking

ରାଜ୍ୟରେ ଆଜି ୨୯୯୫ ପଜିଟିଭ ଚିହ୍ନଟ ଓ ୧୮ ମୃତ।

0

ଭୁବନେଶ୍ୱର,୭।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୯୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୨୫୮ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୨ ଲକ୍ଷ ୪୦ ହଜାର ୯୯୮ରେ ପହଞ୍ଚିଛି।
ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୬୮ଜଣ ଥିବା ଜଣାପଡିଛି। ସେହିପରି କଟକ ୧୬୬, ମୟୁରଭଞ୍ଜ ୯୨, ବରଗଡ ୯୪, ଭଦ୍ରକ ୨୮, ବାଲେଶ୍ୱର ୧୨୧, ଯାଜପୁର ୯୦, ରାୟଗଡାରୁ ୩୯, ନବରଙ୍ଗପୁର ୬୭, କେନ୍ଦ୍ରାପଡା ୧୩୫, କୋରାପୁଟ ୪୩, ଜଗତସିଂହପୁର ୬୨, ଢେଙ୍କାନାଳରୁ ୬୮, ଝାରସୁଗୁଡା ୬୪, ଅନୁଗୋଳ ୧୪୨, ନୂଆପଡା ୭୪, ସମ୍ବଲପୁର ୧୩୮, ସୁନ୍ଦରଗଡ ୧୦୧, ସୋନପୁର ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଆଉ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୫୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ବାଲେଶ୍ୱରରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ପୁରୀ , ସୁନ୍ଦରଗଡର ଓ ନୟାଗଡରୁ ୨ ଜଣ ଲେଖାଏଁ, ସମ୍ବଲପୁର, ବୌଦ୍ଧ, ଯାଜପୁର, କନ୍ଧମାଳ, ଦେଓଗଡ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ,ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.