banner
Breaking

ରାଜ୍ୟରେ ଆଜି ୨୬୭୩ ପଜିଟିଭ ଚିହ୍ନଟ ଓ ୧୬ ମୃତ।

0

ଭୁବନେଶ୍ୱର,୬।୧୦(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ°ଖ୍ୟା କମିବାରେ ଲାଗିଛି ଯାହା ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର । ମଙ୍ଗଳବାର ପୁଣି ୨୬୭୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୦୦୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୫୫୪ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୧୧୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧୨୬, ବାଲେଶ୍ୱରରୁ ୭୦, ବରଗଡ଼ରୁ ୬୮ , ଭଦ୍ରକରୁ ୯୭, ବଲାଙ୍ଗୀରରୁ ୯୩, ବୌଦ୍ଧରୁ ୧୩, କଟକରୁ ୨୧୪, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୩୬ , ଗଜପତିରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମରୁ ୪୪ ଜଗତ୍‌ସିଂହପୁରରୁ ୬୮, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୬୮ , କଳାହାଣ୍ଡିରୁ ୩୯, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୧୫୪ , କେନ୍ଦୁଝରରୁ ୫୧, କୋରାପୁଟରୁ ୫୫ , ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୦୦ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୭୨, ନୟାଗଡ଼ରୁ ୩୫, ନୂଆପଡ଼ାରୁ ୧୫୯, ରାୟଗଡ଼ାରୁ ୧୧, ପୁରୀରୁ ୧୨୪ , ସମ୍ବଲପୁରରୁ ୭୩ , ସୁବର୍ଣ୍ଣପୁରରୁ ୬୯ ଓ ସୁନ୍ଦରଗଡ଼ରୁ ୮୮ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୩୮୦୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୬୧୦ ଚିକିତ୍ସାଧୀନ ଅଛନ୍ତି। ୨୦୬୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ମଙ୍ଗଳବାର ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪୦ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୬ ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ୪, କଟକ ଓ ଖୋର୍ଦ୍ଧାରୁ ୨ ଲେଖାଏ ରହିଛନ୍ତି। ସେହିଭଳି ଅନୁଗୋଳ, ବୌଦ୍ଧ, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ, ନୟାଗଡ଼, ସୁବର୍ଣ୍ଣପୁରରୁ ଓ ଭୁବନେଶ୍ୱରରୁ ଜଣେ ଲେଖାଏ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.