banner
Breaking

ରାଜ୍ୟରେ କମିଲା କରୋନା ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ୨୬୧୭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ଵର,୫/୧୦(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସହ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ରାଜ୍ୟରୁ ଆଉ ୨୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ହଜାର ୩୩୦ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ଏହି ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬, ବରଗଡ଼ରୁ ୧୪୮, କଟକରୁ ୧୩୬ ଏବଂ ଷ୍ଟେଟ୍ ପୁଲରୁ ୧୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୧୫, ବାଲେଶ୍ଵରରୁ ୭୯, ଭଦ୍ରକ ୪୯ ଓ ବଲାଙ୍ଗୀରରୁ ୧୦୯ ଜଣ, ବୌଦ୍ଧ ଓ ଦେବଗଡରୁ ୧୮ଜଣ ଲେଖାଏଁ, ଢେଙ୍କା​‌ନାଳରୁ ୭୪, ଗଜପତିରୁ ୭, ଗଞ୍ଜାମରୁ ୪୩, ଜଗତସିଂହପୁରରୁ ୪୫, ଯାଜପୁରରୁ ୧୧୨, ଝାରସୁଗୁଡାରୁ ୪୬, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୩୨, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୭, କୋରପୁଟରୁ ୪୩ ଓ ମାଲକାନଗିରିରୁ ୬୭ ଜଣ, ମୟୂରଭଞ୍ଜରୁ ୧୦୧, ନବରଙ୍ଗପୁରରୁ ୫୯, ନୟାଗଡ଼ରୁ ୩୮, ନୂଆପଠାରୁ ୫୮, ପୁରୀରୁ ୭୯, ରାୟଗଠାରୁ ୨୬, ସମ୍ବଲପୁରରୁ ୧୦୬, ସୁବର୍ଣ୍ଣପୁରରୁ ୨୩ ଏବଂ ସୁନ୍ଦରଗଡରୁ ୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୩୩୦କୁ ବୃଦ୍ଧି ପାଇଛି। ୩୨,୦୫୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ୨,୦୨,୩୦୨ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ସୋମବାର ରାଜ୍ୟରୁ ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଆଜି କଟକ ଓ ପୁରୀରୁ ୩ ଜଣ ଲେଖାଏଁ, ବୌଦ୍ଧ, ବାଲେଶ୍ଵର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ କରୋନା ଆକ୍ରନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରି ଅନୁଗୋଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.