banner
Breaking

ଆସନ୍ତା ଜୁଲାଇ ଭିତରେ ୨୫ କୋଟି ଟୀକା ଦିଆଯିବ;ହର୍ଷ ବର୍ଦ୍ଧନ

0

ନୂଆଦିଲ୍ଲୀ,୪ ।୧୦: ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ କହିଛନ୍ତି, ଆସନ୍ତା ବର୍ଷ ଜୁଲାଇ ମଧ୍ୟରେ ୨୦-୨୫ କୋଟି ଭାରତୀୟଙ୍କୁ କରୋନା ଭ୍ୟାକ୍ସିନ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଟିକା ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଭାରତୀୟ ଟିକା ଉତ୍ପାଦନ କମ୍ପାନୀକୁ ଭାରତ ସରକାର ସମ୍ପୂର୍ଣ୍ଣ ସହାୟତା କରୁଥିବା ସେ ପ୍ରକାଶ କରିଛନ୍ତି । କୋଭିସିଲ୍ଡ ସମେତ ଭାରତରେ ୩ଟି ସମ୍ଭାବ୍ୟ ଟିକା ପ୍ରସ୍ତୁତ କରାଯାଉଛି । ଏହା ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଫାର୍ମା ଗେଣ୍ଟ ଆଷ୍ଟ୍ରା ଜେନିକାର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଉଛି । କୋଭାସିଲ୍ଡ ଏବେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଥିବା ବେଳେ ଯଦି ଏହା ସଫଳ ହେଲା ତେବେ ଏହା ଆଦର ପୁନାୱାଲାଙ୍କ ସିରମ ଇନଷ୍ଟିଚ୍ୟୁଟ(ଏସ୍‌ଆଇଆଇ) ଦ୍ୱାରା ବହୁପରିମାଣରେ ଉତ୍ପାଦନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.