banner
Breaking

ରାଜ୍ୟରେ ଆଜି ପୁଣି ୩୩୨୬ ପଜିଟିଭ ଚିହ୍ନଟ ଓ ୧୫ ମୃତ।

0

ଭୁବନେଶ୍ୱର ,୪/୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୩୨୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୧ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୨,୩୨,୭୧୩ ରେ ପହଞ୍ଚିଛି। ସେଥିରୁ ୧,୯୮,୧୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୩, ୫୫୯ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ଆଜି ୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଓ କଟକରୁ ୨୬୮। ଅନୁଗୁଳରୁ ୧୧୯, ବାଲେଶ୍ୱର ୧୨୨, ବରଗଡ଼ ୯୪, ଭଦ୍ରକ ୩୬, ବଲାଙ୍ଗୀର ୧୦୩, ବୌଦ୍ଧ ୫୪, ଦେଓଗଡ଼ ୨୧, ଢେଙ୍କାନାଳ ୮୫, ଗଜପତି ୨୨, ଗଞ୍ଜାମ ୫୭, ଜଗତସିଂହପୁର ୮୦, ଯାଜପୁର ୧୪୮, ଝାରସୁଗୁଡ଼ା ୧୦୭, କଳାହାଣ୍ଡି ୭୭, କନ୍ଧମାଳ ୬୦, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୧୦୧, କୋରାପୁଟ ୪୫, ମାଲକାନଗିରି ୧୯, ମୟୁରଭଞ୍ଜ ୧୩୧, ନବରଙ୍ଗପୁର ୬୧, ନୟାଗଡ଼ ୬୧, ନୂଆପଡ଼ା ୧୪୭, ପୁରୀ ୧୪୦, ରାୟଗଡ଼ା ୫୩, ସମ୍ବଲପୁର ୧୦୭, ସୋନପୁର ୨୫, ସୁନ୍ଦରଗଡ଼ ୯୩, ଷ୍ଟେଟ ପୁଲ ୧୪୯ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଆଉ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଓ କଟକରୁ ୩ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୨, ବୌଦ୍ଧ, ଜଗତସିଂହପୁର, ଢେଙ୍କାନାଳରୁ ଜଣେ ଲେଖାଏଁ, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୦୭ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.