banner
Breaking

ରାଜ୍ୟରେ ଆଜି ପୁଣି ୩୦୫୩ ପଜିଟିଭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ଵର,୩/୧୦(ଓଡ଼ିଆ ନ୍ୟୁଜ):ରାଜ୍ୟରୁ ଆଜି ପୁଣି ୩୦୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୮୦୪ଜଣ ଓ ୧ ୨୪୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୯ ହଜାର ୩୮୭ରେ ପହଞ୍ଚିଛି ।

ଆଜି ୩୦ ଜିଲାରୁ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୬୧ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ ୬୪, ବାଲେଶ୍ବରରୁ ୮୫, ବରଗଡରୁ ୯୮, ଭଦ୍ରକରୁ ୭୦, ବଲାଙ୍ଗୀରରୁ ୯୫, ବୌଦ୍ଧରୁ ୨୮, କଟକରୁ ୨୫୬, ଦେବଗଡରୁ ୧୬, ଢେଙ୍କାନାଳରୁ ୫୧, ଗଜପତିରୁ ୧୮, ଗଞ୍ଜାମରୁ ୫୨, ଜଗତସିଂହପୁରରୁ ୭୨, ଯାଜପୁରରୁ ୧୧୦, ଝାରସୁଗୁଡାରୁ ୧୪୬, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୨, କେନ୍ଦ୍ରାପଡାରୁ ୧୧୫, କେନ୍ଦୁଝରରୁ ୧୩୩, କୋରାପୁଟରୁ ୪୪, ମାଲକାନଗିରିରୁ ୬୨, ମୟୂରଭଞ୍ଜରୁ ୧୫୩, ନବରଙ୍ଗପୁରରୁ ୧୪, ନୟାଗଡରୁ ୬୭, ନୂଆପଡାରୁ ୫୬, ପୁରୀରୁ ୧୨୭, ରାୟଗଡାରୁ ୩୬, ସମ୍ବଲପୁରରୁ ୧୨୩, ସୋନପୁରରୁ ୮୩, ସୁନ୍ଦରଗଡରୁ ୯୮ ଓ ଷ୍ଟେଟ ପୋଲ ୧୪୭ ରହିଛନ୍ତି।
ସୂଚନାଯୋଗ୍ୟ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୩୩ ଲକ୍ଷ ୯୫ ହଜାର ୨୬୫ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୨୨ ଲକ୍ଷ ୯ ହଜାର ୩୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୩୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧,୯୪,୧୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୮୯୨ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀରୁ ୨ ଜଣ ଲେଖାଏଁ, ଭଦ୍ରକ , ଗଞ୍ଜାମ , ଯାଜପୁର , ମୟୁରଭଞ୍ଜ, ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାଙ୍କ ମୃତ୍ୟୁ ଘଟିଛି।ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୯୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.