banner
Breaking

ରାଜ୍ୟରେ ଆଜି ପୁଣି ୩୬୦୦ ପଜିଟିଭ ଚିହ୍ନଟ ଓ ୧୬ ମୃତ।

0

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୩୬୦୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ର ୨୧୦୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୯୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୭୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୫୮ ଏବଂ ମୟୂରଭଞ୍ଜରୁ ୧୫୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧୦୦, ବାଲେଶ୍ୱର ୧୦୭, ବରଗଡ଼ ୧୦୬, ଭଦ୍ରକ ୮୨, ବଲାଙ୍ଗୀର ୯୯, ବୌଦ୍ଧ ୪୭, ଦେବଗଡ଼ ୧୧, ଢେଙ୍କାନାଳ ୪୭, ଗଜପତି ୧୯ ଗଞ୍ଜାମ ୩୧, ଜଗତସିଂହପୁର ୭୩, ଯାଜପୁର ୧୩୯, ଝାରସୁଗୁଡ଼ା ୪୧, କଳାହାଣ୍ଡି ୫୧, କନ୍ଧମାଳ ୯୭, କେନ୍ଦ୍ରାପଡ଼ା ୧୨୯, କେନ୍ଦୁଝର ୧୦୬, କୋରାପୁଟ ୬୬, ମାଲକାନଗିରି ୪୬, ନବରଙ୍ଗପୁର ୧୧୬, ନୟାଗଡ଼ ୭୪, ନୂଆପଡ଼ା ୮୪, ପୁରୀ ୧୧୫, ରାୟଗଡ଼ା ୩୨, ସମ୍ବଲପୁର ୧୨୬, ସୋନପୁର ୧୨୯ ଏବଂ ସୁନ୍ଦରଗଡ଼ରୁ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨, ୨୬,୩୩୪ରେ ପହଞ୍ଚିଥିବା ବେଳେ ୧,୯୦,୦୮୦ ଜଣ ସୁସ୍ଥ ହୋଇଛନ୍ତି। ୩୫,୩୨୬ ଜଣ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଶୁକ୍ରବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୭୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୟାଗଡ଼ରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। କଟକ ଏବଂ ବାଲେଶ୍ୱରରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁର, ବରଗଡ଼ ଏବଂ କଳାହାଣ୍ଡିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.