banner
Breaking

ବିଶ୍ବରୁ କରୋନା ଯିବାକୁ ଅତିକମରେ ଏକବର୍ଷ ଲାଗିବ।

0

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏହା ଅଣାୟତ୍ତ ହେବାରେ ଲାଗିଛି । ଏବେ ସମସ୍ତଙ୍କ ନଜର ଏହାର ଭ୍ୟାକ୍ସିନ ବା ଟକା ଉପରେ । ଏହାକୁ ନେଇ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ଯଦି ସବୁକିଛି ଠିକ୍ ଚାଲିଲା ତେବେ ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା କରୋନା ଟିକା ମିଳିଯିବ । ଆଉ ଏହା ମିଳିବା ପରେ କରୋନା ସଂକ୍ରମଣକୁ ରୋକି ହେବ ବୋଲି ସେ କହିଛନ୍ତି । ତେବେ ସାରା ବିଶ୍ୱରୁ ଏହି ମହାମାରୀ ଯିବାକୁ ଅତିକମ୍‌ରେ ୧ରୁ ଦେଢବର୍ଷ ସମୟ ଲାଗିବ ବୋଲି ସେ ମତ ରଖିଛନ୍ତି । ଇଣ୍ଡିଆ ଟୁଡେ’ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗୁଲେରିଆ ଏହା କହିଛନ୍ତି । ତେବେ କରୋନା ଟିକା ଆସିବା ପରେ ଏବେ ସର୍ବପ୍ରଥମେ ବୟସ୍କ ତଥା ଅନ୍ୟ ରୋଗରେ ପୀଡ଼ତ ଥିବା ଲୋକଙ୍କୁ ପ୍ରଥମେ ଦିଆଯିବ ବୋଲି ସେ କହିଛନ୍ତି । କାରଣ ଏମାନଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବେଳେ କେତେକ ଲୋକେ ଶୀଘ୍ର ସଂକ୍ରମଣର ଶିକାର ହୋଇଥାଆନ୍‌ି ତେଣୁ ଟିକା ଦେବା ବେଳେ ଏମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡ୍ ଲାଇନ୍ ଅନୁଯାୟୀ ପ୍ରଥମେ ଟିକା ଦେବା କ୍ଷେତ୍ରରେ ଗରିବ ଦେଶକୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ ମତ ରଖିଛନ୍ତି । ଭ୍ୟାକ୍ସିନ ଦେବା ବେଳେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଡା. ଗୁଲେରିଆ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.