banner
Breaking

ରାଜ୍ୟରେ ପୁଣି ୩୪୪୩ ପଜିଟିଭ ଚିହ୍ନଟ ଓ ୧୭ ମୃତ।

0

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୩୪୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୧୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୯୭ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୨୨ ହଜାର ୧୧୯ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୭୧ଜଣ ଥିବା ଜଣାପଡିଛି। ସେହିପରି କଟକ ୩୭୧, ମୟୁରଭଞ୍ଜ ୧୨୩, ବରଗଡ ୮୬, ଭଦ୍ରକ ୬୧, ବାଲେଶ୍ୱର ୯୬, ଯାଜପୁର ୧୪୪, ରାୟଗଡାରୁ ୩୯, ନବରଙ୍ଗପୁର ୫୭, କେନ୍ଦ୍ରାପଡା ୧୧୯, କୋରାପୁଟ ୪୭, ଜଗତସିଂହପୁର ୮୩, ଢେଙ୍କାନାଳରୁ ୬୦, ଝାରସୁଗୁଡା ୧୦୬,ଅନୁଗୋଳ ୧୮୮, ନୂଆପଡା ୬୬, ସମ୍ବଲପୁର ୭୩, ସୁନ୍ଦରଗଡ ୭୩, ସୋନପୁର ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.