banner
Breaking

ରାଜ୍ୟରେ ଆଜି ପୁଣି ୩୪୪୩ ପଜିଟିଭ ଚିହ୍ନଟ ଓ ୧୪ ମୃତ।

0

ଭୁବନେଶ୍ୱର,୩୦।୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୩୪୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୧୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୨୬ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୨ ଲକ୍ଷ ୧୯ ହଜାର ୧୧୯ରେ ପହଞ୍ଚିଛି।
ବୁଧବାର ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୦୧ଜଣ ଥିବା ଜଣାପଡିଛି। ସେହିପରି କଟକ ୩୫୯, ମୟୁରଭଞ୍ଜ ୧୪୧, ବରଗଡ ୧୧୧, ଭଦ୍ରକ ୯୫, ବାଲେଶ୍ୱର ୧୫୨, ଯାଜପୁର ୧୩୦, ରାୟଗଡାରୁ ୨୯, ନବରଙ୍ଗପୁର ୮୯, କେନ୍ଦ୍ରାପଡା ୧୦୧, କୋରାପୁଟ ୫୨, ଜଗତସିଂହପୁର ୭୮, ଢେଙ୍କାନାଳରୁ ୪୭, ଝାରସୁଗୁଡା ୭୭,ଅନୁଗୋଳ ୧୦୦, ନୂଆପଡା ୮୭, ସମ୍ବଲପୁର ୧୩୧, ସୁନ୍ଦରଗଡ ୮୧, ସୋନପୁର ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ବୁଧବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.