banner
Breaking

ରାଜ୍ୟରେ ଆଜି ୩୨୩୫ ପଜିଟିଭ ଚିହ୍ନଟ ଓ ୧୬ ମୃତ।

0

ଭୁବନେଶ୍ୱର,୨୮/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୨୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୧୫ ସଙ୍ଗରୋଧ କେନ୍ଦ୍ରରୁ ୧୩୨୦ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ରେ ପହଞ୍ଚିଛି। ସେଥିରୁ ୧,୭୩,୫୭୧ ଜଣ ସୁସ୍ଥ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮,୧୭୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୦୬ । ଅନୁଗୁଳରୁ ୧୭୯, ବାଲେଶ୍ୱର ୧୦୦, ବରଗଡ଼ ୧୩୭, ଭଦ୍ରକ ୬୭, ବଲାଙ୍ଗୀର ୧୦୧, ବୌଦ୍ଧ ୪୨, କଟକ ୩୧୮, ଦେଓଗଡ଼ ୧୨, ଢେଙ୍କାନାଳ ୬୯, ଗଜପତି ୩୧, ଗଞ୍ଜାମ ୨୮, ଜଗତସିଂହପୁର ୮୬, ଯାଜପୁର ୧୧୦, ଝାରସୁଗୁଡ଼ା ୭୧, କଳାହାଣ୍ଡି ୪୨, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୮୬, କୋରାପୁଟ ୫୯, ମାଲକାନଗିରି ୨୧, ମୟୁରଭଞ୍ଜ ୧୧୮, ନବରଙ୍ଗପୁର ୧୨୪, ନୟାଗଡ଼ ୪୩, ନୂଆପଡ଼ା ୧୦୬, ପୁରୀ ୭୯, ରାୟଗଡ଼ା ୧୦୧, ସମ୍ବଲପୁର ୧୨୦, ସୋନପୁର ୬୫, ସୁନ୍ଦରଗଡ଼ ୧୦୧ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ସୋମବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୧୩ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଆଜି କରୋନାରେ ୧୬ ଜଣ ମୃତକଙ୍କ ମଧ୍ୟରୁ ବୋଲେଶ୍ବର ଜିଲାରୁ ସର୍ବାଧିକ ୩ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି। ପୁରୀ, ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ବଲାଙ୍ଗିର, ଢେଙ୍କାନାଳ, କଟକ,ନବରଙ୍ଗପୁର,ଗଞ୍ଜାମ,କଳାହାଣ୍ଡି ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.