banner
Breaking

ରାଜ୍ୟରେ ଆଜି ପୁଣି ୩୯୨୨ ପଜିଟିଭ ଚିହ୍ନଟ ଓ ୧୪ ମୃତ।

0

ଭୁବନେଶ୍ୱର,୨୭/୯(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୩୯୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୦୯ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୬୧୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୯, ୩୭୪ ରେ ପହଞ୍ଚିଛି। ସେଥିରୁ ୧,୭୦,୧୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮,୩୩୧ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୧୮ । ଅନୁଗୁଳରୁ ୨୦୦, ବାଲେଶ୍ୱର ୭୨, ବରଗଡ଼ ୧୫୪, ଭଦ୍ରକ ୫୧, ବଲାଙ୍ଗୀର ୮୫, ବୌଦ୍ଧ ୪୮, କଟକ ୩୮୦, ଦେଓଗଡ଼ ୮, ଢେଙ୍କାନାଳ ୭୬, ଗଜପତି ୨୨, ଗଞ୍ଜାମ ୩୯, ଜଗତସିଂହପୁର ୧୨୩, ଯାଜପୁର ୧୦୩, ଝାରସୁଗୁଡ଼ା ୧୦୯, କଳାହାଣ୍ଡି ୭୩, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୦୭, କେନ୍ଦୁଝର ୨୧୨, କୋରାପୁଟ ୬୯, ମାଲକାନଗିରି ୬୯, ମୟୁରଭଞ୍ଜ ୧୪୯, ନବରଙ୍ଗପୁର ୪୦, ନୟାଗଡ଼ ୪୮, ନୂଆପଡ଼ା ୧୧୪, ପୁରୀ ୧୮୪, ରାୟଗଡ଼ା ୪୮, ସମ୍ବଲପୁର ୧୧୭, ସୋନପୁର ୨୫, ସୁନ୍ଦରଗଡ଼ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ରବିବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଆଜି କରୋନାରେ ୧୪ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କଟର ଜିଲାରୁ ସର୍ବାଧିକ ୩ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି। ଖୋର୍ଦ୍ଧା ଜିଲାରୁ ୩ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ୨ ଜଣ ରହିଛନ୍ତି। ଯାଜପୁର ଓ ପୁରୀ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ବଲାଙ୍ଗିର, ଢେଙ୍କାନାଳ, ଗଜପତି, ସୁବର୍ଣ୍ଣପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.