banner
Breaking

ରାଜ୍ୟରେ ଆଜି ପୁଣି ୪୩୪୦ ପଜିଟିଭ ଚିହ୍ନଟ ଓ ୧୬ ମୃତ।

0

ଭୁବନେଶ୍ୱର,୨୪/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜାର ୫୧୭ସଙ୍ଗରୋଧ କେନ୍ଦ୍ରରୁ ଓ ୧ହଜାର ୮୨୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସହ ୧,୯୬,୮୮୮ କୁ ବୃଦ୍ଧି ପାଇଛି। ସେଥିରୁ ୧,୫୭,୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮, ୮୧୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୩ଜଣ । ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୬୨, ବରଗଡ଼ ୧୦୮, ଭଦ୍ରକ ୧୦୫, ବଲାଙ୍ଗୀର ୫୩,ବୌଦ୍ଧ ୬୭, କଟକ ୫୬୭, ଦେଓଗଡ଼ ୨୨, ଢେଙ୍କାନାଳ ୫୬, ଗଜପତି ୧୯, ଗଞ୍ଜାମ ୯୦, ଜଗତସିଂହପୁର ୧୯୩, ଯାଜପୁର ୧୫୧, ଝାରସୁଗୁଡ଼ା ୧୭୪, କଳାହାଣ୍ଡି ୫୮, କନ୍ଧମାଳ ୧୪୩, କେନ୍ଦ୍ରାପଡ଼ା ୧୦୯, କେନ୍ଦୁଝର ୯୦, କୋରାପୁଟ ୭୭, ମାଲକାନଗିରି ୩୪, ମୟୁରଭଞ୍ଜ ୧୨୭, ନବରଙ୍ଗପୁର ୧୪୩, ନୟାଗଡ଼ ୮୪, ନୂଆପଡ଼ା ୭୪, ପୁରୀ ୨୦୩, ରାୟଗଡ଼ା ୬୨, ସମ୍ବଲପୁର ୧୩୦, ସୋନପୁର ୧୨୯, ସୁନ୍ଦରଗଡ଼ ୧୩୮ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୫୨ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ଆଜି କରୋନାରେ ୧୬ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ଜଣଙ୍କ ଜୀବନ ଯାଇଛି। ପୁରୀ ଜିଲାରୁ ୪ ଓ କେନ୍ଦ୍ରାପଡା ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ମୟୁରଭଞ୍ଜ, ବଲାଙ୍ଗିର, ନୟାଗଡ଼, ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.