banner
Breaking

ରାଜ୍ୟରେ ଆଜି ପୁଣି ୪୨୩୭ ପଜିଟିଭ ଚିହ୍ନଟ ଓ ୧୫ ମୃତ।

0

ଭୁବନେଶ୍ବର,୨୩/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୨୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୮୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧,୭୫୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ,୯୨, ୫୪୮କୁ ବୃଦ୍ଧି ହୋଇଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୭ ଜଣ ରହିଛନ୍ତି। ସେହିପରି କଟକ- ୫୭୭, ଅନୁଗୁଳ-୧୧୦, ବାଲେଶ୍ବର- ୧୬୧, ବରଗଡ଼- ୧୨୧, ଭଦ୍ରକ- ୧୩୬, ବଲାଙ୍ଗୀର- ୬୭, ବୌଦ୍ଧ- ୪୩, ଦେବଗଡ଼- ୨୨, ଢେଙ୍କାନାଳ- ୭୦, ଗଜପତି- ୪୨, ଜଗତସିଂହପୁର- ୨୦୫, ଯାଜପୁର- ୨୦୧, ଝାରସୁଗୁଡ଼ା- ୨୦୫, କଳାହାଣ୍ଡି- ୫୭, କନ୍ଧମାଳ-୫୫, କେନ୍ଦ୍ରାପଡ଼ା- ୧୪୮, କେନ୍ଦୁଝର- ୪୨, କୋରାପୁଟ- ୮୯, ମାଲକାନଗିରି- ୪୪, ମୟୁରଭଞ୍ଜ- ୧୩୯, ନବରଙ୍ଗପୁର- ୭୦, ନୟାଗଡ- ୫୦, ନୂଆପଡ଼ା- ୧୧୫, ପୁରୀ- ୨୧୯, ରାୟଗଡ଼ା- ୫୧, ସମ୍ବଲପୁର- ୧୧୧, ସୋନପୁର-୧୩୧, ସୁନ୍ଦରଗଡ଼- ୧୦୧ ଓ ଷ୍ଟେଟପୁଲରୁ ୧୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୩୬ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ଆଜି କରୋନାରେ ୧୫ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବରରୁ ସର୍ବାଧିକ ୪ ଜଣଙ୍କ ଜୀବନ ଯାଇଛି। ପୁରୀ ଓ ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ମୟୁରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, ନୟାଗଡ଼ ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.