banner
Breaking

ରାଜ୍ୟରେ ଆଜି ପୁଣି ୪୧୮୯ ପଜିଟିଭ ଚିହ୍ନଟ ଓ ୧୧ ମୃତ।

0

ଭୁବନେଶ୍ୱର,୨୨/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୧୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ୧୭୩୬ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୩୧୧ ରେ ପହଞ୍ଚିଛି। ସେଥିରୁ ୧,୪୯,୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮, ୧୫୮ ଜଣ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୧୨ ଓ ଗଜପତି ରୁ ସର୍ବନିମ୍ନ ୨। ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୫୦, ବରଗଡ଼ ୧୨୮, ଭଦ୍ରକ ୩୪, ବଲାଙ୍ଗୀର ୧୧୪, ବୌଦ୍ଧ ୭୭, କଟକ ୫୮୬, ଦେଓଗଡ଼ ୧୨, ଢେଙ୍କାନାଳ ୫୪, ଗଜପତି ୨, ଗଞ୍ଜାମ ୩୫, ଜଗତସିଂହପୁର ୧୦୪, ଯାଜପୁର ୧୮୭, ଝାରସୁଗୁଡ଼ା ୮୪, କଳାହାଣ୍ଡି ୧୦୫, କନ୍ଧମାଳ ୭୪, କେନ୍ଦ୍ରାପଡ଼ା ୧୨୬, କେନ୍ଦୁଝର ୩୩, କୋରାପୁଟ ୬୩, ମାଲକାନଗିରି ୭୨, ମୟୁରଭଞ୍ଜ ୧୭୪, ନବରଙ୍ଗପୁର ୭୫, ନୟାଗଡ଼ ୮୨, ନୂଆପଡ଼ା ୫୮, ପୁରୀ ୨୬୫, ରାୟଗଡ଼ା ୨୯, ସମ୍ବଲପୁର ୧୧୩, ସୋନପୁର ୯୦, ସୁନ୍ଦରଗଡ଼ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟ ପକ୍ଷରେ ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ ବଲେଶ୍ବର, ବଲାଙ୍ଗୀର, ମାଲକାନଗିରି ଓ ଗଞ୍ଜାମ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଭଦ୍ରକ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.