banner
Breaking

ରାଜ୍ୟରେ ଆଜି ପୁଣି ୪୨୪୨ ପଜିଟିଭ ଚିହ୍ନଟ ଓ ୯ ମୃତ।

0

ଭୁବନେଶ୍ୱର,୨୧/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୨୪୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୦୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୭୩୯ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨କୁ ବୃଦ୍ଧି ପାଇଛି। ସେଥିରୁ ୧,୪୫,୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭,୬୮୪ ଜଣ ଚିକିତ୍ସାଧିୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୨। ଅନୁଗୁଳରୁ ୧୩୦, ବାଲେଶ୍ୱର ୧୫୫, ବରଗଡ଼ ୧୧୪, ଭଦ୍ରକ ୧୧୪, ବଲାଙ୍ଗୀର ୬୮, ବୌଦ୍ଧ ୪୫, କଟକ ୫୯୫, ଦେଓଗଡ଼ ୧୦, ଢେଙ୍କାନାଳ ୭୧, ଗଜପତି ୨୭, ଗଞ୍ଜାମ ୫୭, ଜଗତସିଂହପୁର ୧୭୬, ଯାଜପୁର ୧୩୧, ଝାରସୁଗୁଡ଼ା ୨୦୫, କଳାହାଣ୍ଡି ୪୦, କନ୍ଧମାଳ ୧୫୩, କେନ୍ଦ୍ରାପଡ଼ା ୧୫୫, କେନ୍ଦୁଝର ୬୨, କୋରାପୁଟ ୯୦, ମାଲକାନଗିରି ୬୯, ମୟୁରଭଞ୍ଜ ୧୭୧, ନବରଙ୍ଗପୁର ୫୪, ନୟାଗଡ଼ ୫୩, ନୂଆପଡ଼ା ୫୮, ପୁରୀ ୧୮୨, ରାୟଗଡ଼ା ୧୩୪, ସମ୍ବଲପୁର ୧୧୩, ସୋନପୁର ୧୯, ସୁନ୍ଦରଗଡ଼ ୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ସୋମବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୧୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ଆଜି କରୋନାରେ ୯ ଜଣ ମୃତକଙ୍କ ମଧ୍ୟରୁ କେନ୍ଦୁଝର ଜିଲାରୁ ସର୍ବାଧିକ ୨ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ନବରଙ୍ଗପୁର, ନୟାଗଡ, ଖୋର୍ଦ୍ଧା, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ବର, ଜଗତସିଂହପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.