banner
Breaking

ରାଜ୍ୟରେ ଆଜି ପୁଣି ୪୩୩୦ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ୱର,୨୦/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୩୩୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୫୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲାବେଳେ ୧୭୭୪ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୮୮୦କୁ ବୃଦ୍ଧି ପାଇଛି। ସେଥିରୁ ୧,୪୧,୬୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭,୪୬୯ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ ଜିଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୪। ଅନୁଗୁଳରୁ ୧୭୬, ବାଲେଶ୍ୱରରୁ ୧୨୧, ବରଗଡ଼ ୯୯, ଭଦ୍ରକ ୭୪, ବଲାଙ୍ଗୀର ୭୯, ବୌଦ୍ଧ ୪୭, କଟକ ୫୪୯, ଦେଓଗଡ଼ ୧୨, ଢେଙ୍କାନାଳ ୬୭, ଗଜପତି ୧୬, ଗଞ୍ଜାମ ୫୧, ଜଗତସିଂହପୁର ୧୬୭, ଯାଜପୁର ୧୫୮, ଝାରସୁଗୁଡ଼ା ୧୫୩, କଳାହାଣ୍ଡି ୧୦୦, କନ୍ଧମାଳ ୧୭୮, କେନ୍ଦ୍ରାପଡ଼ା ୧୦୭, କେନ୍ଦୁଝର ୧୧୮, କୋରାପୁଟ ୯୪, ମାଲକାନଗିରି ୬୩, ମୟୁରଭଞ୍ଜ ୧୫୨, ନବରଙ୍ଗପୁର ୧୩୩, ନୟାଗଡ଼ ୫୩, ନୂଆପଡ଼ା ୬୨, ପୁରୀ ୨୯୨, ରାୟଗଡ଼ା ୮୫, ସମ୍ବଲପୁର ୧୦୭, ସୋନପୁର ୨୫, ସୁନ୍ଦରଗଡ଼ ୧୨୩ ଚିହ୍ନଟ ହୋଇଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ଆଉ ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୭୦୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ କଟକ ଓ ପୁରୀରୁ ୨ ଜଣ ଲେଖାଏଁ , ବଲାଙ୍ଗୀର , ଗଞ୍ଜାମ , କଳାହାଣ୍ଡି, ଖୋର୍ଦ୍ଧା, ମୟୁରଭଞ୍ଜ, ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.